ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ, ମୁଖ୍ୟମନ୍ତ୍ରୀ ଆଜି ଦେବେ ଇସ୍ତଫା

ମୁଖ୍ୟମନ୍ତ୍ରୀ ତୀରଥ ସିଂ ବିଧାନସଭାର କୌଣସି ଗୃହରେ ସଦସ୍ୟ ନାହାନ୍ତି । ବିଧାନସଭା ନିର୍ବାଚନ ଏକ ବର୍ଷରୁ କମ୍ ସମୟ ରହିଥବାରୁ ନିୟମ ଅନୁସାରେ ରାଜ୍ୟରେ ଉପନିର୍ବାଚନ କରାଯାଇପାରିବ ନାହିଁ । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସତପାଲ ମହାରାଜ, ଧନ ସିଂ ସମେତ ଅନ୍ୟ ୪ ଜଣ ବରିଷ୍ଠ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଛି । ଆସନ୍ତା କାଲି ଅପରାହ୍ଣ ତନି ଘଟିକାରେ ବିଧାୟକ ଦଳର ବୈଠକ ଆହ୍ୱାନ କରାଯିବ ବୋଲି ସେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଉଛନ୍ତି ।  ସୂଚନାଯୋଗ୍ୟ ଯେ ଉତ୍ତରାଖଣ୍ଡ ବିଧାନସଭା ଇତିହାସରେ ବିଗତ ୨୦ ବର୍ଷରେ ୮ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି । ୯ ନଭେମ୍ବର ୨୦୨୦କୁ ସ୍ୱତନ୍ତ୍ର ରାଜ୍ୟଭାବେ ମାନ୍ୟତା ପାଇଥିବା ଉତ୍ତରାଖଣ୍ଡରେ କେବଳ ଏନ୍ ଡି ତିୱାରୀ ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିପାରିଥିଲେ ।

Exit mobile version