ଅପରାଧନ୍ୟୁଜ୍ରାଜ୍ୟ

ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ : ୩୪ କେଜି ଧଳାଜହର ଜବତ

ସତ୍ୟଶିଖା ୧୧/୦୨/୨୦୨୧ : ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ । ଢେଙ୍କାନାଳ ଶକ୍ତି ସୁଗାର ମିଲ୍‌ ନିକଟରୁ ୩୪ କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । କନ୍ଧମାଳରୁ ଭୁବନେଶ୍ୱର ଦେଇ କୋଲକାତା ହେଉଥିଲା ଗଞ୍ଜେଇ ଚାଲାଣ । ବିଶେଷ ସୁତ୍ରରୁ ସୂଚନା ପାଇ ବୁଧବାର ରାତିରେ ଟାଉନ ପୁଲିସର ଏକ ଟିମ ଶକ୍ତି ସୁଗାର କାରଖାନା ନିକଟରେ ଏକ ପାଉଁଷିଆ ରଙ୍ଗର ଟାଟା ସଫାରୀକୁ ଅଟକ ରଖିଥିଲା । ଗାଡିକୁ ଯାଞ୍ଚ କରିବା ସମୟରେ ୩୪ କିଲୋ ୨୪୨ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କା ହେବ । ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ ।

ତେବେ ଗିରଫ ହୋଇଥିବା ବ୍ୟକ୍ତି ପୁରୁଣା ଭୁବନେଶ୍ୱର ଗୌରୀ ନଗରର ସିଦ୍ଧାର୍ଥ ଶତପଥି , ଏହି ଗଞ୍ଜେଇ ଚାଲାଣ ରାକେଟର କିଙ୍ଗପିନ ବୋଲି ଜଣାପଡିଛି । ଗିରଫ ଅନ୍ୟ ମାନେ ହେଲେ କନ୍ଧମାଳର ମନୋଜ ନାଏକ ଓ ଅମୀୟ ରଞ୍ଜନ ମଲ୍ଲିକ , କୋଲକାତାର ବଳରାମ ଦାସ । ତେବେ ଏହି ଟାଟା ସଫାରି ଗାଡ଼ିରେ କନ୍ଧମାଳରୁ ଭୁବନେଶ୍ୱର କୋଲକାତାକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜଣାପଡିଛି । ଅନ୍ୟ ପଟେ ପୁଲିସ ସେମାନଙ୍କ ନିକଟରୁ ଏକ ହଜାର ଟଙ୍କା , ୨୨ଟି ବିଭିନ୍ନ ବ୍ୟାଙ୍କର ଏଟିଏମ  ଜବତ କରିଛି  । ଗିରଫ ୪ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସଡ଼ିପିଓ ।

Show More
Back to top button