ଅପରାଧନ୍ୟୁଜ୍ରାଜ୍ୟ

ବରଗଡ ଲୁଟ୍ ଘଟଣାରେ ପର୍ଦ୍ଦାଫାସ୍ କଲା ପୋଲିସ

ସତ୍ୟଶିଖା ୧୬/୦୧/୨୦୨୧ : ବରଗଡ ପୋଲିସକୁ ମିଳିଛି ବଡ ସଫଳତା । ଏକ ୨୫ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ବରଗଡ ପୋଲିସ । ଏଥିସହ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୧୮ଲକ୍ଷ ୨୪ହଜାର ଟଙ୍କା, ସୁନା, ରୁପା, ହୀରା ଗହଣା, ଲୁଟରେ ବ୍ୟବହୃତ ବାଇକ, ଛୁରୀ ଆଦି ଜବତ କରିଛି । ବରଗଡର ସହରାପଡାରେ ଗତ ୧୨ ତାରିଖରେ ଦିନ ଦ୍ୱିପ୍ରହରେ ହୋଇଥିଲା ଏହି ଲୁଟ । ସହରାପଡାବାସୀ ବ୍ୟବସାୟୀ ଅଙ୍କିତ ଅଗ୍ରୱାଲଙ୍କ ଘରେ ପଶି ଲୁଟପାଟ୍ କରି ଫେରାର ହୋଇଯାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Show More
Back to top button