ସତ୍ୟଶିଖା :୨୮/୦୫/୨୦୨୫: କୋରାପୁଟ ଜିଲ୍ଲାରୁ ହାଇଦ୍ରାବାଦ୍ ଗୋଚାଲାଣ କରୁଥିବା ଅଭିଯୋଗରେ ୨୨ଜଣଙ୍କୁ ଗିରଫ କରିଛି ପୋଲିସ ।ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ୍ ଥାନା ପୋଲିସ ।
ଖବର ଅନୁଯାୟୀ, ରାଜ୍ୟ ବାହାରକୁ ଗୋଚାଲାଣ ହେଉଥିବା ନେଇ ପୋଲିସ ଗୁଇନ୍ଦା ସୂଚନା ପାଇଥିଲା । ଏହାପରେ ତୁରନ୍ତ ଚଢାଉ କରିଥିଲା । ଏହି ଚଢାଉରେ ୬ଟି କଣ୍ଟେନରରେ ଚାଲାଣ ହେଉଥିବା ୨୪୯ ଟି ଗାଈଙ୍କୁ ଉଦ୍ଧାର କରିଛି ।ଯେଉଁଥିରେ ୫ଟି ଗାଈଙ୍କର ମୃତ୍ୟୁ ହୋଇଯାଇଛି । ତେବେ ବେଆଇନ୍ ଗୋରୁ ଚାଲାଣ ଅଭିଯୋଗରେ ୨୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଏହି ଲିଙ୍କରେ ଆଉ କିଏ କିଏ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ ।