

ସତ୍ୟଶିଖା ୩୦/୧୨/୨୦୨୦ : ଭିଜିଲାନ୍ସ ଜାଲରେ ଏଏସ୍ଆଇ । ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଉଛି । ଏକାସାଙ୍ଗେ ୩ଟି ସ୍ଥାନରେ ରେଡ୍ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ୩ଟି ସ୍ଥାନରେ ରେଡ୍ । ଏରସମା ଥାନା ଅନ୍ତର୍ଗତ ନିଜ ପୈତୃକ ଘର ସମେତ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି ।ଏହି ୩ଟି ଟିମ୍ରେ ପ୍ରାୟ ୨୫ଜଣ ସଦସ୍ୟ ଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇଛି ।