ସତ୍ୟଶିଖା ୧୫ .୦୯.୨୦୨୦ : ବହୁ ଚର୍ଚିତ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିବା ପରେ ସେମାନେ ଶୋଭାଯାତ୍ରାରେ ବାହାରିଥିଲେ । ଏହାର ଏକ ଭିଡିଓ ଗତକାଲି ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୁଲିସ । ଏହି ଘଟଣାରେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଗତକାଲି ୪ ଜଣଙ୍କୁ ଗିରଫ କରିଥିବା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ । ବର୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୯ ଜଣଙ୍କୁ ବାନ୍ଧି ସାରିଲାଣି କମିଶନରେଟ ପୁଲିସ ।