

ସତ୍ୟଶିଖା ( ଭୁବନେଶ୍ୱର )୨୦/୧୦ /୨୦୨୧: ମୋବାଇଲ ଲୁଟେରାଙ୍କୁ କାବୁ ଗଲା ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ୫୧ଟି ମୋବାଇଲ୍ ସହ ଗୋଟିଏ ବାଇକ୍ ଜବତ କରାଯାଇଛି । ଗିରଫ ଲୁଟେରାମାନେ ଭାଟପୁରର ସାଗର ପୁନ୍, ଆଇଗିଣିଆର ଦୀପ୍ତି ରଞ୍ଜନ ଓ ସୋମନାଥ ସାହୁ ବୋଲି ଜଣାପଡିଛି ।
ଗତ କିଛି ଦିନ ହେଲା ଏହି ଲୁଟେରା ମାନେ ଆତଙ୍କ ଖେଳାଇଥିଲେ ।ଖାସ୍ କରି ଲୁଟେରାମାନେ ଖୋର୍ଦ୍ଧାର ପିତାପଲିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଉଥିବା ଆଳୁ ଗାଡ଼ିକୁ ଟାର୍ଗେଟ କରୁଥିଲେ । ଏପରିକି ଆଇଗିଣିଆ ଆସୁଥିବା ଟ୍ରକକୁ ମଧ୍ୟ ଟାର୍ଗେଟ କରୁଥିଲେ । ରାସ୍ତାରେ ଯିଏ ଏମାନଙ୍କ ହାବୁଡ଼ରେ ପଡିଲା । ସେମାନଙ୍କ ଠାରୁ ମୋବାଇଲ୍ ଲୁଟ୍ କରୁଥିଲେ । ଏହାପରେ ସବୁ ଲୁଟ୍ ମୋବାଇଲ୍କୁ ଅତି କମ୍ ଦାମରେ ଅନ୍ୟ କାହାକୁ ବିକ୍ରି କରୁଥିଲେ । ଏହାର ଖବର ପାଇବା ପରେ କମିଶନରେଟ ପୋଲିସ ସଜାଗ ହୋଇଥିଲା । ଏହାକ୍ରମରେ ଆଜି ୩ ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।ସେମାନଙ୍କ ଠାରୁ ୫୧ଟି ମୋବାଇଲ୍ ସହ ଗୋଟିଏ ବାଇକ୍ ଜବତ ହୋଇଛି ।