

ସତ୍ୟଶିଖା (ପୁରୀ) ୧୨/୦୨/୧୦୨୧ : ପୁରୀ ଟାଉନଥାନା ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବା ସମୟରେ ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ପୁରୀ ଟାଉନଥାନା ପୋଲିସ । ସେମାନଙ୍କ ନିକଟରୁ ୨ଟି ଖଣ୍ଡା , ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ମଦ ବୋତଲ , ଦୁଇଟି ପାଣି ବୋତଲ, କିଛି ଡିସପୋଜାଲ୍ ଗ୍ଲାସ୍ ଜବତ କରିଛି ପୋଲିସ । ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦେବୀଘାଟ ଅଂଚଳରେ ଗୋଟିଏ ପରିବା ଦୋକାନରେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।