ସତ୍ୟଶିଖା (ନୂଆଦିଲ୍ଲୀ) ୦୫/୧୨/୨୦୨୦ : ନିକଟରେ ଦିଲ୍ଲୀ ଏବଂ ବିହାରରେ ୧୦ଟି ହତ୍ୟା କରିଥିବା ସିରିୟଲ କିଲରକୁ ଗୁରୁଗ୍ରାମ୍ ପୋଲିସ୍ ଗୁରୁବାର ଗିରଫ କରିଛି । ପୋଲିସ୍ କହିଛି ଯେ ତାକୁ ଗୁରୁଗ୍ରାମର ଇଫକୋ ଛକରୁ ଗୁରୁବାର ଗିରଫ କରାଯାଇଥିଲା । ଏହା ପୂର୍ବରୁ ସେ ସେକ୍ଟର ୨୯ ଏବଂ ସେକ୍ଟର ୪୭ରେ ଲଗାତାର ୩ଦିନ ୩ଜଣଙ୍କୁ ହତ୍ୟା କରିଥିଲା । ତଦନ୍ତ ଜାରି ରହିଛି ଏବଂ ରାଜ୍ୟ ବାହାରେ ହୋଇଥିବା ହତ୍ୟାର ଏବେ ଯାଏଁ ପ୍ରମାଣିତ ହୋଇନାହିଁ ।
ସିସିଟିଭି ଫୁଟେଜ ଦେଖି ପୋଲିସ୍ ଅପରାଧୀ ବିଷୟରେ ଜାଣିବାକୁ ପାଇଥିଲା । ନିକଟରେ ହୋଇଥିବା ୩ଟି ହତ୍ୟାରେ ଘଟଣାସ୍ଥଳରେ ଅପରାଧିକୁ ଦେଖା ଯାଇଥିଲା । ଏହି କାରଣରୁ ପୋଲିସ୍ ଏକ ମ୍ୟାନହଣ୍ଟ୍ ଲଞ୍ଚ କରିଥିଲା ଏବଂ ଗୁରୁବାର ସେ ଅପରାଧିକୁ ଧରିବାରେ ସଫଳ ହୋଇଥିଲା । ଏହି ସିରିୟଲ କିଲରର ପରିବାର ବିହାରରେ ରୁହେ । ବାପା ଗିରଫ ହେବା ପରେ ମହମ୍ମଦ ରାଜି କହିଛନ୍ତି ଯେ ଲୋକେ ତାଙ୍କ ବାପାଙ୍କୁ ସାଇକୋ ରାଜି ନାମରେ ଜାଣନ୍ତି । କିଲରର ପୁଅ କହିଥିଲା ଯେ ନିଜକୁ ଖୁସି ଅନୁଭବ କରାଇବା ପାଇଁ ଲୋକଙ୍କୁ ହତ୍ୟା କରୁଥିଲା,ସେ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଥିଲା ଯେ ସବୁ କିଛି ହାସିଲ କରିବାକୁ ଚାହୁଁଥିଲା । ଏହି କାରଣରୁ ସେ ଲୋକଙ୍କୁ ମାରିବା ଆରମ୍ଭ କରିଥିଲା ।
ପଚରାଉଚୁରା ସମୟରେ,ସେ ନିଜ ଅପରାଧିକ ଅତୀତ ବିଷୟରେ କହିଥିଲା ଏବଂ କହିଥିଲା ଯେ ସେ ମଦ ପିଇବା ପରେ ଅକ୍ଟୋବର ମାସରେ ଗୁରୁଗ୍ରାମ ଏବଂ ଆଖପାଖର ଅଞ୍ଚଳରେ ଲୋକଙ୍କୁ ମାରିବା ଆରମ୍ଭ କରି ଦେଇଥିଲା। ଏହା ପରେ ଜଣା ପଡ଼ିଥିଲା ଯେ ସେ ଲୁଟ ମଧ୍ୟ କରିଥିଲା। ସେ ପାର୍କ ଭଳି ସ୍ଥାନକୁ ଟାର୍ଗେଟ୍ କରୁଥିଲା। ସେ ଅଧିକାଂଶ ଅଚିହ୍ନା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରୁଥିଲା।