
ସତ୍ୟଶିଖା (ନୂଆଦିଲ୍ଲୀ) ୦୫/୧୨/୨୦୨୦ : ନିକଟରେ ଦିଲ୍ଲୀ ଏବଂ ବିହାରରେ ୧୦ଟି ହତ୍ୟା କରିଥିବା ସିରିୟଲ କିଲରକୁ ଗୁରୁଗ୍ରାମ୍ ପୋଲିସ୍ ଗୁରୁବାର ଗିରଫ କରିଛି । ପୋଲିସ୍ କହିଛି ଯେ ତାକୁ ଗୁରୁଗ୍ରାମର ଇଫକୋ ଛକରୁ ଗୁରୁବାର ଗିରଫ କରାଯାଇଥିଲା । ଏହା ପୂର୍ବରୁ ସେ ସେକ୍ଟର ୨୯ ଏବଂ ସେକ୍ଟର ୪୭ରେ ଲଗାତାର ୩ଦିନ ୩ଜଣଙ୍କୁ ହତ୍ୟା କରିଥିଲା । ତଦନ୍ତ ଜାରି ରହିଛି ଏବଂ ରାଜ୍ୟ ବାହାରେ ହୋଇଥିବା ହତ୍ୟାର ଏବେ ଯାଏଁ ପ୍ରମାଣିତ ହୋଇନାହିଁ ।
ସିସିଟିଭି ଫୁଟେଜ ଦେଖି ପୋଲିସ୍ ଅପରାଧୀ ବିଷୟରେ ଜାଣିବାକୁ ପାଇଥିଲା । ନିକଟରେ ହୋଇଥିବା ୩ଟି ହତ୍ୟାରେ ଘଟଣାସ୍ଥଳରେ ଅପରାଧିକୁ ଦେଖା ଯାଇଥିଲା । ଏହି କାରଣରୁ ପୋଲିସ୍ ଏକ ମ୍ୟାନହଣ୍ଟ୍ ଲଞ୍ଚ କରିଥିଲା ଏବଂ ଗୁରୁବାର ସେ ଅପରାଧିକୁ ଧରିବାରେ ସଫଳ ହୋଇଥିଲା । ଏହି ସିରିୟଲ କିଲରର ପରିବାର ବିହାରରେ ରୁହେ । ବାପା ଗିରଫ ହେବା ପରେ ମହମ୍ମଦ ରାଜି କହିଛନ୍ତି ଯେ ଲୋକେ ତାଙ୍କ ବାପାଙ୍କୁ ସାଇକୋ ରାଜି ନାମରେ ଜାଣନ୍ତି । କିଲରର ପୁଅ କହିଥିଲା ଯେ ନିଜକୁ ଖୁସି ଅନୁଭବ କରାଇବା ପାଇଁ ଲୋକଙ୍କୁ ହତ୍ୟା କରୁଥିଲା,ସେ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଥିଲା ଯେ ସବୁ କିଛି ହାସିଲ କରିବାକୁ ଚାହୁଁଥିଲା । ଏହି କାରଣରୁ ସେ ଲୋକଙ୍କୁ ମାରିବା ଆରମ୍ଭ କରିଥିଲା ।ବିହାରର ଅରରିୟା ଜିଲ୍ଲାର ଖଲିଲାବାଦ ଗାଁରେ ରହୁଥିବା ରାଜି ଗୁରୁଗ୍ରାମର ବିଭିନ୍ନ ନିର୍ମାଣ ସ୍ଥଳରେ ଏକ ଶ୍ରମିକ ଭାବେ କାମ କରୁଥିଲା । ସେପ୍ଟେମ୍ବରରେ ଗୁରୁଗ୍ରାମ ଯିବା ପୂର୍ବରୁ,ସେ ରାସ୍ତା କଡ଼ରେ ଭୋଜନାଳୟ ଏବଂ ଜାମା ମସଜିଦ ନିକଟରେ ଏକ ଗେଷ୍ଟ ହାଉସରେ କାମ କରିଥିଲା । ଜୁଲାଇରେ ସେ ଦିଲ୍ଲୀ ଚାଲିଯାଇଥିଲା ଏବଂ ସେ ନେପାଳରେ ମଧ୍ୟ କାମ କରିଥିଲା ।
ରାଜି ଆଗେ ସେମାନଙ୍କ ସହ ମଦ ପିଉଥିଲା ଏବଂ ତାପରେ ତାଙ୍କୁ ଛୁରୀ ଭୁଷୁଥିଲା ତା’ପରେ ସେମାନଙ୍କ ଶବକୁ ଟୁକୁରା ଟୁକୁରା ମଧ୍ୟ କରି ଦେଉଥିଲା । ସେମାନଙ୍କୁ ମାରିବାର ତାର କୌଣସି ଉଦ୍ଦେଶ୍ୟ ନଥିଲା । ଲୋକଙ୍କୁ ମାରିବାକୁ ତାକୁ ମଜା ଲାଗୁଥିଲା । ଫେମସ୍ ହେବାର ଏହା ସହଜ ଉପାୟ । ସେ ଜଣେ ନିଶାଖୋର ଏବଂ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରୁଥିଲା । ସେ ହତ୍ୟା କରୁଥିବା ବ୍ୟକ୍ତିମାନଙ୍କଠୁ ଟଙ୍କା ଚୋରି କରୁଥିଲା ।
ପଚରାଉଚୁରା ସମୟରେ,ସେ ନିଜ ଅପରାଧିକ ଅତୀତ ବିଷୟରେ କହିଥିଲା ଏବଂ କହିଥିଲା ଯେ ସେ ମଦ ପିଇବା ପରେ ଅକ୍ଟୋବର ମାସରେ ଗୁରୁଗ୍ରାମ ଏବଂ ଆଖପାଖର ଅଞ୍ଚଳରେ ଲୋକଙ୍କୁ ମାରିବା ଆରମ୍ଭ କରି ଦେଇଥିଲା। ଏହା ପରେ ଜଣା ପଡ଼ିଥିଲା ଯେ ସେ ଲୁଟ ମଧ୍ୟ କରିଥିଲା। ସେ ପାର୍କ ଭଳି ସ୍ଥାନକୁ ଟାର୍ଗେଟ୍ କରୁଥିଲା। ସେ ଅଧିକାଂଶ ଅଚିହ୍ନା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରୁଥିଲା।