ସତ୍ୟଶିଖା (ଭୁବନେଶ୍ୱର) ୦୫/୧୨/୨୦୨୦ : ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଜୋରଦାର । ସୂଚନା ଅନୁସାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ଚାଲିଛି ଯାଂଚ । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଥିଲେ ଏସଆଇଟି ଟିମ୍ । ବାବୁଲି ନାୟକଙ୍କ ୩ ମହଲା ଘରର ସମସ୍ତ କୋଠରୀକୁ ଯାଂଚ କରିଥିଲେ ଟିମ୍ । ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଂଟା ଧରି ଜେରା କରିଥିଲେ ଏସଆଇଟି ।
ବାବୁଲି ଓ ତାଙ୍କ ଡ଼୍ରାଇଭରଙ୍କ ମାଲିକାନାରେ ଥିବା ଗାଡ଼ିଗୁଡ଼ିକର ସବିଶେଷ ତଥ୍ୟ ସଂଗ୍ରହ କରିଥିଲା ଟିମ୍ । ପରେ ତାଙ୍କ ଡ଼୍ରାଇଭର ବିଜୟ ବେହେରାଙ୍କୁ ମଧ୍ୟ ଇଟାମାଟି ଠାରେ ଥିବା ଘରୁ ଉଠାଇ ନେଇଥିଲା ପୋଲିସ । ଉଭୟଙ୍କୁ ସରକିଟ ହାଉସରେ ଜେରା କରାଯାଇଥିଲା । ନୟାଗଡ଼ ପୋଲିସ ଅଧିକାରୀଙ୍କ ଏକ ଦଳ ମଧ୍ୟ ୨ ଘଂଟା ଧରି ତାଙ୍କୁ ପଚରାଉଚରା କରିଥିଲେ ।