ସତ୍ୟଶିଖା (ଭୁବନେଶ୍ୱର) ୧୫/୦୧/୨୦୨୧ : ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି । ୩ଟି କୃଷି ଆଇନକୁ କଳା ଆଇନ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହାଛଡା ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ମଧ୍ୟ ପ୍ରତିବାଦ କରିଛି ଦଳ । ଏହି ଦୁଇ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ।
ତେବେ ରାଜଭବନ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ । କୃଷି ଆଇନ ପ୍ରତ୍ୟାହାର ନହେଲା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ପିସିସି ସଭାପତି । ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟ ସରକାର ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିବା ଉଚିତ୍ ବୋଲି କହିଛନ୍ତି ପିସିସି ସଭାପତି ।ରାଜଭବନ ଘେରାଓ କାର୍ଯ୍ୟକ୍ରମରେ କଂଗ୍ରେସର ଶତାଧିକ କର୍ଯ୍ୟକର୍ତ୍ତା, କର୍ମୀଙ୍କ ସମେତ ବହୁ ବରିଷ୍ଠ ନେତା, ବିଧାୟକ ଓ ସାଂସଦ ସପ୍ତଗିରି ଉଲ୍ଲକା ସାମିଲ ।