ଧର୍ମବାସ୍ତୁଶାସ୍ତ୍ର

ଘରେ ସକରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ ପୂଜା ଘରେ ୩ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ

ସତ୍ୟଶିଖା ୧୩/୦୨/୧୦୨୧ : ମୁଖ୍ୟତଃ ଘରର ଦରଜା, ଝରକା , ମୁଖ୍ୟଦ୍ୱାର ଦେଇ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଏ । ଏହାସହ ଶୟନ କକ୍ଷ ପ୍ରତ୍ୟେକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏହି କକ୍ଷରେ ଶାନ୍ତି ନିଦରେ ସଭିଏଁ ଶୋଇଥାଆନ୍ତି । ତେଣୁ ଏହି ସମସ୍ତ ସ୍ଥାନକୁ ସଫାସୁତୁରା ରଖିବା ନିତ୍ୟାନ୍ତ ଜରୁରୀ । ମାତ୍ର ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି , ଯାହାକୁ ଆପଣେଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ…..
– ଘରର ରୋଷେଇ ଘର  ସର୍ବଦା ସଫାସୁତୁରା ରଖିବା ଉଚିତ । ରୋଷେଇ ଘର ଅପରିଷ୍କାର ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ ।
– ଗୃହରେ ସର୍ବଦା ସୁଗନ୍ଧ ଧୂପକାଠିର ପ୍ରୟୋଗ କରନ୍ତୁ । ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଉତ୍ତମ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ ।
– ବହୁ ସମୟରେ ରାତିରେ ଶୋଇବା ସମୟରେ ଦୁଃସ୍ୱପ୍ନ ଆସିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଣିରେ ଲୁଣ ପକାଇ ଘରକୁ ପୋଛନ୍ତୁ । ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ।
– ଘରେ ସକରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ ପୂଜା ଘରେ ୩ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ ।
– ଏହା ଘରେ ସୁଖଶାନ୍ତିର ବାତାବରଣ ରଖିଥାଏ ।
– ଶୟନ କକ୍ଷରେ ସର୍ବଦା ହଳଦିଆ ରଙ୍ଗର ଅଧିକ ବ୍ୟବହାର କରନ୍ତୁ ।
– ଲାଲ ରଙ୍ଗର ମଧ୍ୟ ବ୍ୟବହାର କରିପାରିବେ । ଏହି ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ । ଘରେ ସୁଖଶାନ୍ତିର ବାତାବରଣ ରହିଥାଏ ।
– ଶୟନ କକ୍ଷରେ ଜିନିଷ ସର୍ବଦା ସଠିକ ସ୍ଥାନରେ ରଖନ୍ତୁ । ଏଣେତେଣେ ପକାନ୍ତୁ ନାହିଁ ।
– ଦ୍ରବ୍ୟ ସଠିକ ଭାବେ ନରହିଲେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ ।
– ଶୟନ କକ୍ଷରେ କୌଣସି ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ ।
– ଖଟ ସମ୍ମୁଖରେ ଦର୍ପଣ ରଖନ୍ତୁ ନାହିଁ ।

Show More
Back to top button