ସତ୍ୟଶିଖା ୧୬/୦୧/୨୦୨୧ : ଭାରତରେ ଅନେକ ପ୍ରକାର ଶାଗ ଉପଲବ୍ଧ । ଶାଗ ଆପଣ ନିଜର ଦୈନନ୍ଦିନ ଡାଏଟିରେ ସାମିଲ କରିପାରିବେ । ପୋଇ ମଧ୍ୟ ଏକ ପ୍ରକାର ଶାଗ ଯାହା ଭାରତରେ ମିଳେ । ପୋଇ ଶାଗ ବହୁତ ସ୍ୱାସ୍ଥ୍ୟକର । ଦେଖିବାକୁ ଏହା ପ୍ରାୟ ପାଳଙ୍ଗ ଶାଗ ଭଳି । ପୋଇ ଶାଗକୁ ବିଭିନ୍ନ ତରିକାରେ ରନ୍ଧାଯାଏ । ଏହି ଶାଗ ଶରୀରରେ ଆଇରନର ଅଭାବ ଦୂର କରିଥାଏ । ତାଛଡା ହୃଦୟ ଓ ମସ୍ତିସ୍କକୁ ମଧ୍ୟ ସୁସ୍ଥ ରଖିଥାଏ । ନିୟମିତ ପୋଇ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ପୋଇ ଶାଗର ଆହୁରି ଅନେକ ଲାଭ ରହିଛି ।
୧. ପୋଇ ଶାଗ ଫାଇବର ଭଳି ପୋଷାକ ତତ୍ତ୍ୱରେ ଭରପୁର । ଏହା ଶରୀରରେ ଥିବା ବ୍ୟାଡ଼ କୋଲେଷ୍ଟ୍ରୋଲକୁ କମ କରିଥାଏ ଓ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ରକ୍ତ ସଞ୍ଚାଳନରେ ସୁଧାର ଆଣିଥାଏ ଏବଂ ହୃଦୟ ସହ ଜଡିତ ରୋଗର ଆଶଙ୍କା କମ କରିଥାଏ । ଏଥିରେ ପୋଟାସିୟମ ମଧ୍ୟ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ ।
୩. ପୋଇ ଶାଗରେ ମ୍ୟାଗନେସିୟମ୍ ଓ କ୍ୟାଲସିୟମ୍ ଭରପୁର ମାତ୍ରାରେ ରହିଛି । ଏହି ଦୁଇଟି ପୋଷାକ ତତ୍ତ୍ୱ ହାଡ ମଜବୁତ କରିବାରେ ସାହାଯ୍ୟ କରିଥାଏ । ନିୟମିତ ସେବନ ଦ୍ୱାରା ହାଡ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏହା ଭିଟାମିନ୍-ସି ର ଏକ ପ୍ରମୁଖ ସ୍ରୋତ ଯେଉଁଥିପାଇଁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।