ରାଜ୍ୟସ୍ୱାସ୍ଥ୍ୟ

କବି ଜୟନ୍ତ ମହାପାତ୍ରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୬.୨୦୨୧: କୋଭିଡ ସଂକ୍ରମିତ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କବି ଜୟନ୍ତ ମହାପାତ୍ର । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । କବି ଶ୍ରୀ ମହାପାତ୍ର କଟକ ତିନିକୋଣିଆ ବଗିଚାସ୍ଥିତ ତାଙ୍କ ବାସଭବନର ଏକାକୀ ରୁହନ୍ତି । ଜଣେ ମହିଳା ପରିଚାରିକା ତାଙ୍କର ଦେଖାଶୁଣା କରନ୍ତି । ୩ରୁ ୪ ଦିନ ହେବ ତାଙ୍କ ଥଣ୍ଡା,କାଶ ସହ ଜ୍ୱର ହୋଇିଲା । ତାଙ୍କୁ ନିୟମିତ ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହିତ ସେ ଯୋଗାଯୋଗ କରିଥିଲେ । ତାଙ୍କୁ ୯୩ ବର୍ଷ ହୋଇଥିବାରୁ ଡାକ୍ତରଖାନାରେ ଭର୍ତି କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଷୀ ଲାଲ ଟ୍ୱିଟ କରି ଜୟନ୍ତ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Show More
Back to top button