ଦେଶରେ କୋଇଲା ଓ ବିଦ୍ୟୁତ ସଙ୍କଟ ନେଇ ଆକ୍ସନ ମୋଡ୍ରେ ପିଏମ୍ଓ : ୧୦% ବ୍ୟବହାର ପାଇଁ ଅନୁମତି

ସତ୍ୟଶିଖା(ନୂଆଦିଲ୍ଲୀ ) ୧୩.୧୦ .୨୦୨୧: ଦେଶରେ କୋଇଲା ଓ ବିଦ୍ୟୁତ ସଙ୍କଟ ନେଇ ଆକ୍ସନ ମୋଡ୍ରେ ପିଏମ୍ଓ । କୋଇଲା ଯୋଗାଣ ଓ ବିଦ୍ୟୁତ ଉତ୍ପାଦନ ସ୍ଥିତି ନେଇ ପିଏମ୍ଓ ଦ୍ୱାରା ଏକ ବୈଠକ କରାଯାଇଛି । ବୈଠକରେ ଶକ୍ତି ସଚିବ ଆଲୋକ କୁମାର ଓ କୋଇଲା ବିଭାର ସଚିବ ଏ କେ ଜୈନ୍ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପାୱାର ପ୍ଲାଂଟ ଗୁଡିକୁ କୋଇଲା ଯୋଗାଣ ବୃଦ୍ଧି ବାବଦରେ ଅଧିକ ଆଲୋଚନା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୋଇଲା ଯୋଗାଣ ତୁରନ୍ତ ବୃଦ୍ଧି କରିବାକୁ ଉଭୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

Exit mobile version