ସତ୍ୟଶିଖା(ନୂଆଦିଲ୍ଲୀ )୦୧.୦୩.୨୦୨ ୧: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଏମ୍ସରେ କରୋନା ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି। ପୁଡୁଚେରୀର ସେବିକା ପି.ନିଭେଦା ଶ୍ରୀ ମୋଦୀଙ୍କୁ ଟିକା ଦେଇଛନ୍ତି। ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ ନିରାପଦ ବୋଲି ଶ୍ରୀ ମୋଦୀ ଏହି ଅବସରରେ କହିଛନ୍ତି। ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ଆସନ୍ତୁ ସମସ୍ତେ ମିଳିମିଶି ଦେଶକୁ କରୋନା ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଦିଲ୍ଲୀ ଏମ୍ସରେ କରୋନା ଟିକାନେଲେ ପ୍ରଧାନମନ୍ତ୍ରୀ
