

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୭ .୦୮ .୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ନୂତନ ଜାତୀୟ ଶିକ୍ଷା ନୀତି ଉପରେ ନିଜର ଅଭିଭାଷଣ ରଖିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତିନିରୁ ଚାରି ବର୍ଷର ଆଲୋଚନା ପରୀକ୍ଷା ଏବଂ ତର୍ଜମା ପରେ ପରେ ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି । ଆଜି ପ୍ରତ୍ୟେକ ଚିନ୍ତାଧାରାର ଲୋକମାନେ ଏହି ପ୍ରସଙ୍ଗରେ ମତ ରଖୁଛନ୍ତି ଏବଂ ବିଚାର ମଧ୍ୟ କରୁଛନ୍ତି ।
ଏହି ବ୍ୟବସ୍ଥା କୁ ଦେଶରେ ଲାଗୁ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ କରଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହା କାର୍ଯ୍ୟକାରୀ କରିବା ପାଇଁ ଯାହା ଆବଶ୍ୟକ ତାହା ଶୀଘ୍ର କରାଯିବ । ଶିକ୍ଷା ନୀତିରେ ଦେଶର ଲକ୍ଷ୍ୟକୁ ମନେ ରଖିବା ଜରୁରୀ ଅଟେ, ଯାହା ଦ୍ୱାରା ଆଗାମୀ ପିଢୀ ଙ୍କ ଭବିଷ୍ୟତ ପ୍ରସ୍ତୁତ ହୋଇପାରିବ । ଏହି ନୀତି ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ଶକ୍ତିଶାଳୀ କରିବା ପାଇଁ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଏକ ଉତ୍ତମ ଶିକ୍ଷା ଆବଶ୍ୟକ ।