ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : କରୋନା ଯୋଗୁ ଦୀର୍ଘ ଦିନରୁ ସିନେମା ହଲ ବନ୍ଦ ହୋଇ ଥିଲା । ଏବେ ପୁଣି ଥରେ ହଲ ଖୋଲିବା ପକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହା ସହ ଅନେକ ଫିଲ୍ମ ମୁକ୍ତିଲାଭ ହୋଇ ନ ପାରି ଅଟକି ରହିଛି । ତେବେ ଏହାରି ଭିତରେ କିଛି ସିନେମା ଅନଲାଇନରେ ମଧ୍ୟ ରିଲିଜ ହୋଇଛି । ସିନେମା ହଲ ଖୋଲିବା ନିର୍ଦେଶ ଆସିବା ପରେ କିଛି ଫିଲ୍ମକୁ ଦ୍ବିତୀୟ ଥର ରିଲିଜ୍ କରିବା ନେଇ ପ୍ରସ୍ତୁତି ଚାଳିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ମଧ୍ୟ ଦ୍ବିତୀୟ ଥର ରିଲିଜ ହେବ । ବିବେକ ଓବରୟଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମେ ୨୦୧୯ ମେ ୨୪ରେ ରିଲିଜ ହୋଇଥିଲା। ସେତେବେଳେ ଦେଶରେ ନିର୍ବାଚନ ସମୟ ଥିଲା । ଏ କାରଣ ଯୋଗୁ ସିନେମା ରିଲିଜକୁ ନେଇ ବିବାଦ ଦେଖା ଦେଇ ଥିଲା । ଏହା ସହ ଫିଲ୍ମରୁ ଭଲ ରୋଜଗାର ମଧ୍ୟ ହୋଇ ନ ଥିଲା ।
ସିନେମା ହଲରେ ପୁଣି ଥରେ ମୁକ୍ତିଲାଭ କରିବ ପିଏମ ମୋଦିଙ୍କ ବାୟୋପିକ୍, ୨୦୧୯ରେ ପ୍ରଥମେ ହୋଇଥିଲା ରିଲିଜ l
