ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୦/୨୦୨୦ : ଆଉ ଦିନ କେଇଟା ପରେ ଦୁର୍ଗା ପୂଜା । ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଥିବା ପଶ୍ଚିମବଙ୍ଗରେ ପୂଜା ପ୍ରସ୍ତୁତି କରୋନା ପାଇଁ ନିରାଡମ୍ବର ଭାବେ ଚାଲିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥର ଥର ପାଇଁ ପଶ୍ଚିମବଙ୍ଗର ୧୦ଟି ପୂଜା ମଣ୍ଡପର ଉଦଘାଟନ କରିବେ । ପିଏମ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅକ୍ଟୋବର ୨୨ ଅର୍ଥାତ ଷଷ୍ଠି ଦିନ ଏହାକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ‘ପୂଜା କି ବାତ୍’ । ଏଥିରେ ମୋଦି ପାରମ୍ପରିକ ବେଶପୋଷାକରେ ନଜର ଆସିବେ । ସେ ସର୍ବଦା ଭାରତୀୟ ବେଶ ପୋଷାକ ପାଇଁ ଚର୍ଚାରେ ରହୁଥିବା ବେଳେ ଏଥର କିନ୍ତୁ ପ୍ରଥମ ଥର ବଙ୍ଗାଳୀ ପାରମ୍ପରିକ ପୋଷାକରେ ନଜର ଆସିବେ ।
ପିଏମ ମୋଦି ଦୁର୍ଗା ପୂଜାରେ ପାରମ୍ପରିକ ବଙ୍ଗାଳୀ ପୋଷାକରେ ନଜର ଆସିବେ
