ପିଏମ ମୋଦି ମେଜର ଧ୍ୟାନ ଚାନ୍ଦଙ୍କୁ ତାଙ୍କ ୧୧୫ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ l


ସତ୍ୟଶିଖା ( ନୂଆଦିଲ୍ଲୀ ) ୨୯ .୦୮.୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କୁ ତାଙ୍କ ୧୧୫ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୋଦି କହିଛନ୍ତି ଯେ ହକି ଷ୍ଟିକ ସହିତ ତାଙ୍କର ଯାଦୁ କେବେବି ଭୁଲି ହେବ ନାହିଁ । ପ୍ରତିବର୍ଷ ଅଗଷ୍ଟ ୨୯ରେ ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀକୁ ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଇଥାଏ । ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, “ଆଜି ଜାତୀୟ କ୍ରୀଡା ଦିବସରେ ଆମେ ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ଯାହାର ହକି ବାଡି ସହିତ ଯାଦୁ କେବେ ବି ଭୁଲି ହେବ ନାହିଁ ।
ଆମର ପ୍ରତିଭାଶାଳୀ ଖେଳାଳିଙ୍କ ସଫଳତା ଦିଗରେ ତାଙ୍କ ପରିବାର, ପ୍ରଶିକ୍ଷକ ଏବଂ ସହଯୋଗୀଙ୍କ ଅବଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ହେଉଛି ସେହି ସମସ୍ତ ଆଦର୍ଶ କ୍ରୀଡ଼ାବିତଙ୍କ ଉଲ୍ଲେଖନୀୟ ସଫଳତାକୁ ପାଳନ କରିବାର ଦିନ ଯେଉଁମାନେ ବିଭିନ୍ନ କ୍ରୀଡ଼ାରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଆମ ଦେଶକୁ ଗର୍ବିତ କରିଛନ୍ତି । ସେମାନଙ୍କର ଦୃଢ଼ତା ଏବଂ ନିଷ୍ଠା ଉଲ୍ଲେଖନୀୟ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ କ୍ରୀଡ଼ାକୁ ଲୋକପ୍ରିୟ କରିବା ଏବଂ କ୍ରୀଡ଼ା ପ୍ରତିଭାକୁ ସମର୍ଥନ କରିବା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଭାରତ ସରକାର କ୍ରୀଡାକୁ ଲୋକପ୍ରିୟ କରିବା ଏବଂ କ୍ରୀଡା ପ୍ରତିଭାକୁ ସମର୍ଥନ କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି । ଏଥି ସହିତ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ କ୍ରୀଡା ଏବଂ ଫିଟନେସ୍ ବ୍ୟାୟାମକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରନ୍ତୁ । ଏହା କରିବାର ଅନେକ ଲାଭ ଅଛି । ସମସ୍ତେ ଖୁସିରେ ଏବଂ ସୁସ୍ଥ ରହନ୍ତୁ ।