

ସତ୍ୟଶିଖା(ଭୁବନେଶ୍ୱର )୦୯.୦୨.୨୦୨୨ : ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦିଆଯାଇଛି। ଫେବୃଆରୀ ୧୪ ତାରିଖରୁ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଯାଇଥିବା ରାଜ୍ୟ ସରକାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ କରୋନା ଟୀକା ନେଇଥିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସେହିପରି ଶିକ୍ଷକ, ଅଣଶିକ୍ଷକ, ସପୋର୍ଟ ଷ୍ଟାଫ କରୋନା ଟୀକାର ଡବଲ ଡୋଜ ନେଇଥିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଫେବୃଆରୀ ୧୪ରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ।






