ଅପରାଧନ୍ୟୁଜ୍ରାଜ୍ୟ

ଦାନ୍ତ ପାଇଁ ଦନ୍ତାହାତୀଙ୍କୁ ଗୁଳି କରି ହତ୍ୟା

ସତ୍ୟଶିଖା ୧୧/୦୨/୨୦୨୧ : ଢେଙ୍କାନାଳ ଜିଲା ହିନ୍ଦୋଳ କନ୍ଧରା ଜଙ୍ଗଲରେ ଦାନ୍ତ ପାଇଁ  ଦନ୍ତାହାତୀକୁ ଶିକାରୀ ଗୁଳି କରିଥିବା ଜଣାପଡ଼ିଛି । ମୃତ ହାତୀର ଆନୁମାନିକ ବୟସ ୩୦ରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା । ସୂଚନା ଅନୁଯାୟୀ, ଶିକାରୀ ଦାନ୍ତ ନେଇ ପଳାଉଥିବା ବେଳେ ବନବିଭାଗ ସହ ମୁହାଁମୁହିଁ ହୋଇଥିଲା ।  ଶିକାରୀଙ୍କ ଆଡୁ ୨୩ ରାଉଣ୍ଡ ଗୁଳିଚାଳନା ହୋଇଥିଲେହେଁ କେହି ମୃତାହତ ହୋଇ ନାହାଁନ୍ତି । କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା ସୂଚନା ମିଳିଥିଲା । ପରେ ପାଟ୍ରୋଲିଂ କରୁଥିବା ସ୍କ୍ୱାର୍ଡ ଓ ଶିକାରୀ  ମଧ୍ୟରେ ବ୍ଲାଙ୍କ ଫାୟାରିଂ ହୋଇଥିଲା ।

ହାତୀ ଶିକାରରେ ପ୍ରାୟ ୧୦ରୁ ଅଧିକ ଶିକାରୀ ସାମିଲ ଥିବା ବେଳେ ୯ରୁ ଅଧିକ ଜଣ ବନ୍ଧୁକ ରଖିଥିବା ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି । ଘଟଣା ହିନ୍ଦୋଳ- ନରସିଂହପୁର ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଦନ୍ତାକୁ ଗୁଳି କରି ଦାନ୍ତ ନେବା ପରେ ଦୁବୃର୍ତ୍ତମାନେ ନରସିଂହପୁର ଅଞ୍ଚଳକୁ ପଳାଇ ଯାଇଥିବା ଜଣାପଡ଼ିଛି । ତେବେ ଦନ୍ତାର ପୋଷ୍ଟମର୍ଟମ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ବନବିଭାଗ ।

Show More
Back to top button