ଶ୍ରାବଣରେ ଲଗାନ୍ତୁ ଏହି ୫ଟି ବୃକ୍ଷ


ସତ୍ୟଶିଖା( ଭୁବନେଶ୍ୱର )୨୦.୦୭ . ୨୦୨୨: କଥାରେ ଅଛି ବୃକ୍ଷ ହିଁ ଜୀବନ। ସେହିଭଳି କିଛି ସ୍ୱତନ୍ତ୍ର ବୃକ୍ଷ ରହିଛି, ଯାହା ଜୀବନରେ ଖୁସି ଆଣିବା ସହ ଅନେକ ସମସ୍ୟା ଦୂର କରିଥାଏ। ୫ଟି ବୃକ୍ଷ ବିଷୟରେ ଜାଣନ୍ତୁ ଯାହା ଭାଗ୍ୟରେ ସୁପରିବର୍ତ୍ତନ ଆଣିଥାଏ। ଜାଣନ୍ତୁ..
ତୁଳସୀ – ତୁଳସୀ ବୃକ୍ଷ ଘରର ଅଗଣାରେ ଓ ବଗିଚାରେ ଲଗାଇବା ଦ୍ୱାରା ପ୍ରଭୁ ବିଷ୍ଣୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଘରର ପ୍ରବେଶ ଦ୍ୱାରରେ ଲିପଷ୍ଟିକ୍ ପ୍ଲାଣ୍ଟ ( କ୍ରସୁଲା ଓବାଟା) ଲଗାନ୍ତୁ। ଏହା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଏହି ଗଛ ବଜାରରେ ସହଜରେ ମିଳିଥାଏ।
ବାମ୍ବୋ ପ୍ଲାଣ୍ଟ – ଏହି ଗଛକୁ ସୁଖ,ଶାନ୍ତି ଓ ସମୃଦ୍ଧି ପ୍ରଦାନ କରୁଥିବା ଗଛ ବୋଲି କୁହାଯାଏ। ଘରର ବଗିଚାରେ ଓ ଫୁଲ କୁଣ୍ଡରେ ଲଗାଇ ରଖିପାରିବେ।
ମୟୁରଶିଖା –ଘର ବଗିଚାରେ ସୁନ୍ଦରତା ବୃଦ୍ଧି ସହ ଏହି ଗଛ ଶୁଭଫଳ ପ୍ରଦାନ କରିଥାଏ।
ଶ୍ୱେତ ଅପରାଜିତା – ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଶ୍ୱେତ ଅପରାଜିତା ଘରର ବଗିଚାରେ ନିଶ୍ଚୟ ଲଗାନ୍ତୁ।