ପିପିଲି ଉପନିର୍ବାଚନ: ଆଶ୍ରିତଙ୍କ ପାଇଁ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସତ୍ୟଶିଖା(ଭୁବନେଶ୍ୱର) ୧୩.୦୪.୨୦୨୧:  ପିପିଲି ଉପନିର୍ବାଚନ ପାଇଁ ଜୋର୍ ଧରିଛି ପ୍ରଚାର । ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳେ ଉତ୍ତରା ଛକରୁ ଗୁଡ଼ିଆ ପୋଖରୀ ଓ ଜୈଶପାଟଣାରେ ରୋଡ୍ ଶୋ’ କରିବେ । ଏହାସହ ବିଭିନ୍ନ ସ୍ଥାନରେ ରୋଡ୍ ଶୋ ଓ ସଭା କରିବା ପରେ ସଂଧ୍ୟାରେ ହରିରାଜପୁରରେ ହେବ ଶୋଭାଯାତ୍ରା । ଦିନକରେ ଧର୍ମେନ୍ଦ୍ର ଦାଣ୍ଡମୁକୁନ୍ଦପୁର, ସାତଶଙ୍ଖ, ପଟ୍ଟନାୟିକା ଆଦି ଅଞ୍ଚଳରେ ପଦଯାତ୍ରା ଓ ରୋଡ ଶୋ’ କରିବେ ।

ସେହିପରି ଗତକାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପରିବର୍ତ୍ତନ ପିପିଲିରୁ ଆରମ୍ଭ ହେବ ବୋଲି ସେ ଏହି ଅବସରରେ କହିଥିଲେ।

Exit mobile version