

ସତ୍ୟଶିଖା(ଭୁବନେଶ୍ୱର) ୦୪.୦୫.୨୦୨୧: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିସନ। ଏଥିସତ ନିର୍ବାଚନ ଆଚରଣବିଧି ଉଠାଇ ଦିଆଯାଇଛି। ନିର୍ବାଚନ ନେଇ ପୁଣି ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ।
ସୂଚନାଯୋଗ୍ୟ ଆସନ୍ତା ମେ’ ୧୬ ତାରିଖରେ ପିପିଲି ଉପ-ନିର୍ବାଚନ ହେବାର ଥିଲା। ୧୯ ତାରିଖରେ ହୋଇଥାନ୍ତା ଭୋଟ ଗଣତି। ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
କେବଳ ପିପିଲି ନୁହେଁ ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିସନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ବେଙ୍ଗଲ ଓ ଓଡିଶାର ସିଇଓଙ୍କ ସହ କଥା ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।