

ସତ୍ୟଶିଖା(ଭୁବନେଶ୍ୱର )୪.୦୯ .୨୦୨୧: ଚଳିତ ମାସ ୩୦ରେ ପିପିଲି ଉପନିର୍ବାଚନ। ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ। ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି ।
ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର କରିବା ନିମନ୍ତେ ଅନୁମତି ମିଳିଛି। ମାତ୍ର ୯ ଦିନ ପାଇଁ ହେବ କ୍ୟାମ୍ପେନିଂ । ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲିକୁ ମନା କରାଯାଇଛି । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ମିଳିଛି।
ଏହାବାଦ ନିର୍ବାଚନ କମିଶନଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ପ୍ରାର୍ଥୀପତ୍ର ଦାଖଲ ହେବ ନାହିଁ। ଆଗରୁ ଯେଉଁ ନାମାଙ୍କନ କାଏମ ରହିଛି, କେବଳ ସେମାନେ ନିର୍ବାଚନ ଲଢ଼ିବେ।