ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ବଢୁଛି ରୋଗ, ବଢୁଛି ଚିନ୍ତା। ଜୀବନଶୈଳୀ ହେଉ ବା ଦୁଃଶ୍ଚିନ୍ତା ଆମକୁ ରୋଗାକ୍ରାନ୍ତ କରୁଛି । ଅଳ୍ପ ବୟସରୁ ଜଟିଳ ରୋଗର ଶୀକାର ହେଉଛନ୍ତି ଆମେ ସମସ୍ତେ ।
ହେଲେ ସବୁବେଳେ ଓୈାଷଧ ଉପରେ ନିର୍ଭର କରିବା ଆଉ ଏକ ବିପଦକୁ ନିମନ୍ତ୍ରଣ ଦେବା ସହ ସମାନ । ବେଳେବେଳେ ସମାଧାନ ଆମ ଆଖ ପାଖରେ ଥାଏ, ଆଉ ଆମେ ସେଥିପ୍ରତି ଅନଭିଜ୍ଞ ଥାଉ । ସେମିତି ଏକ ଉପାଦେୟତା ହେଉଛି ପିଜୁଳି, ଯାହା ଅନେକ ରୋଗରୁ ଆପଣଙ୍କୁ ଆରୋଗ୍ୟ କରି ପାରିବ ।
ଆଜି ଆସନ୍ତୁ ଜାଣିବା ପିଜୁଳିର ଉପକାରିତା
ପିଜୁଳି ଯେତିକି ସ୍ବାଦିଷ୍ଟ ସେତିକି ସ୍ବାସ୍ଥ୍ୟକର ମଧ୍ୟ, କ୍ୟାଲୋରୀ କମ୍ ଓ ଫାଇବର ଅଧିକ ଥିବା ହେତୁ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ପାଇଁ ଏହାର ବିଶେଷ ଉପାଦେୟତା ରହିଛି।
ନରଭସ ସିଷ୍ଟମ ପାଇଁ ପିଜୁଳି ରସରେ ଥିବା ଫଲିକ ଏସିଡ଼ ସର୍ବୋତ୍ତମ, ହଜମ ଜନିତ ସମସ୍ୟା ପାଇଁ କଳାଲୁଣ ପକାଇ ପିଜୁଳି ସେବନ କଲେ ଭଲ, କାରଣ ପିଜୁଳିର ମଞ୍ଜି ପାଚନ କ୍ରିୟା ଠିକ ଭାବରେ କରିବା ପାଇଁ ବେଶ୍ ଲାଭଦାୟକ ହୋଇଥାଏ।
ବିଶେଷ ଭାବରେ ଛୋଟ ପିଲା ମାନେ କୁରମି ରୋଗରେ ଆକ୍ରାନ୍ତ ଥିଲେ ପିଜୁଳି ଏକ ଭଲ ସମାଧାନ ବୋଲି ପରାମର୍ଶ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେହିଭଳି ଶରୀରରେ ମେଟାବାଲିଜିମ ବା ମେଦବହୁଳତା କମେଇବା ପାଇଁ ପିଜୁଳି ଏକ ସହଜ ଉପାୟ । ସାଧାରଣତଃ ଡ଼ାଇଟିସିଆନ ମାନେ ଥାଇରଏଡ଼ ରୋଗିଙ୍କୁ ଓଜନ କମେଇବା ପାଇଁ ପିଜୁଳି ଖାଇବାକୁ ପରାମର୍ଶ ଦିଅନ୍ତି ।
ପିଜୁଳି ପତ୍ରକୁ ପେଷ୍ଟ କରି ଆଖିତଳେ ଦେଲେ, କଳାଦାଗ ଦୂର ହୋଇଥାଏ ।ନିୟମିତ ପିଜୁଳି ସେବନ ଦ୍ବାରା ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ହୁଏ ।ଏଣୁ ବାଡ଼ିରେ ପିଜୁଳି ଗଛଟିଏ ଥିଲେ, କେତେ ଉପକାରି ତାହା ଆପଣ ନିଜେ ଚିନ୍ତା କରନ୍ତୁ ।