ପିଆଜିଓର ନୂଆ ସ୍ମୁଟର ଖୁବ ଶୀଘ୍ର ବଜ଼ାରକୁ ଆସୁଛି

ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୧୨/୨୦୨୦ : ପିଆଜିଓ ଇଣ୍ଡିଆ ପକ୍ଷରୁ ଚଳିତମାସରେ ନୂଆ ସ୍ମୁଟର ‌ଏପ୍ରିଲିଆ ଏସ୍‌ଏକ୍ସଆର୍‌ ୧୬୦କୁ ଭାରତ ବଜାରରେ ଉପଲବ୍ଧ କରାଯିବ । କମ୍ପାନି ଏହାର ପ୍ରାକ୍ ବୁକିଂ ଆରମ୍ଭ କରିଦେଇଛି । ୫୦୦୦ ଟଙ୍କାରେ ଏହାର ବୁକିଂ ଉଭୟ ଅନଲାଇନ୍ ଏବଂ ଏପ୍ରିଲିଆର ଡିଲରସିପ୍‌ରେ କରାଯାଉଛି । ମହାରାଷ୍ଟ୍ରର ବାରାମତିରେ ନିର୍ମିତ ଏହି ସ୍କୁଟରର ଏକ୍ସସୋ’ରୁମ୍‌ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ପାଖାପାଖି ରହିପାରେ । ୧୫୦ ସିସି ମୋଟରସାଇକଲ ଏବଂ ଅନ୍ୟ ପ୍ରିମିୟମ ସ୍କୁଟର ସହିତ ପ୍ରତିଯୋଗିତା କରିବ ବୋଲି ଆଶା କରାଯାଉଛି ।

Exit mobile version