ବାଇକ୍ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆହତ

ସତ୍ୟଶିଖା(ଭୁବନେଶ୍ୱର )୦୪.୧୦ .୨୦୨୧: ବାଇକ୍ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆହତ ହୋଇଛନ୍ତି । ତାଙ୍କର ହାତ ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି । ସୂଚନାଯୋଗ୍ୟ ଯେ, ବିଧାୟକ ଅଙ୍ଗଦ କହଁର ବାଇକ୍ ଯୋଗେ ନିଜ ଗ୍ରାମ ପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ବିପରୀତ ଦିଗରୁ ଏକ ବାଇକ୍ ଆସି ଧକ୍କା ଦେବା ଫଳରେ ସେ ବାଇକରୁ ଖସିପଡ଼ିବା ଫଳରେ ସେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Exit mobile version