ତୃତୀୟ ପର୍ୟ୍ୟାୟ ଟିକାକରଣ : ୨ ଦିନରେ ୨କୋଟି ୪୫ଲକ୍ଷ ପଞ୍ଜିକରଣ

ସତ୍ୟଶିଖା(ନୂଆଦିଲ୍ଲୀ) ୩୦.୦୪.୨୦୨୧: ଦେଶରେ ଆସନ୍ତାକାଲି (ଶନିବାର)ଠାରୁ ତୃତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହେବ। ତେବେ ଶୁକ୍ରବାର ସକାଳ ସୁଦ୍ଧା ଟିକାକରଣ ପାଇଁ ୨କୋଟି ୪୫ଲକ୍ଷ ଲୋକ କୋୱିନ ପୋର୍ଟାଲରେ ପଞ୍ଜିକରଣ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି, କେବଳ ଗତକାଲି ୧ କୋଟି ୪ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି। ସେହିପରି ପଞ୍ଜିକରଣର ପ୍ରଥମ ଦିନ ଗତ ୨୮ ତାରିଖରେ ୧.୩୭ କୋଟି ନାଗରିକ ନାମ ପଞ୍ଜିକରଣ କରିଛନ୍ତି। ଟିକା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ WWW.COWIN.GOV.INରେ ପଞ୍ଜିକରଣ କରିବାକୁ କୁହାଯାଇଛି।
ଏହି ପୋର୍ଟାଲରେ ପ୍ରତିସେକେଣ୍ଡେରେ ୫୦ହଜାର ଆବେଦନକୁ ପଞ୍ଜିକରଣ କରାଯାଇପାରିବ। ସୂଚନାଯୋଗ୍ୟ ଆସନ୍ତାକାଲିଠାରୁ ୧୮ବର୍ଷରୁ ୪୪ବର୍ଷ ପର୍ୟ୍ୟନ୍ତ ବ୍ୟକ୍ତିମାନଙ୍କୁ ଟିକାକରଣ କରାଯିବ।

Exit mobile version