ନ୍ୟୁଜ୍ରାଜ୍ୟଶିକ୍ଷା

ପିଜି ନାମଲେଖା ଅବଧି ବଢ଼ିଲା: ସେପ୍ଟେମ୍ବର ୫ରେ ପ୍ରକାଶପାଇବ ମେରିଟ୍ ଲିଷ୍ଟ

ସତ୍ୟଶିଖା( ଭୁବନେଶ୍ୱର)୨୦.୦୮ . ୨୦୨୨:  ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡ଼ିକରେ ପ୍ରଦାନ କରାଯାଉଥିବା ସ୍ନାତକୋତ୍ତର ପିଜି ପାଠ୍ୟକ୍ରମରେ ନାମଲେଖାଇବା ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଛି । ୨୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବାର ଥିଲା । କିନ୍ତୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଶୁକ୍ରବାର ପ୍ରକାଶ ପାଇଥିବା ନୂତନ ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୫ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ୧୬ ଏବଂ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ରାଜ୍ୟର ୭୩ ଟି ଅନୁଷ୍ଠାନରେ ବିଭିନ୍ନ ବିଭାଗରେ ପିଜି କୋର୍ସ କରିବାକୁ ମୋଟ୍ ୫୭ ହଜାର ୨୯୭ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ଆବେଦନ କରିଥିବା ବେଳେ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରୁ ଶେଷ ହୋଇଥିଲା । ଏହା ପରେ ଶିକ୍ଷାନୁଷ୍ଠାନ ଗୁଡିକ ଅଗଷ୍ଟ ୨୨ ତାରିଖରେ ପିଲାଙ୍କ ମାର୍କକୁ ଓକାକକୁ ହସ୍ତାନ୍ତର କରିବାର ଥିଲା ।

ସେହିପରି ୨୫ ତାରିଖ ଦିନ ୨ଟାରେ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ବା ବିଷୟ ଭିତ୍ତିକ ମେଧା ତାଲିକା ପ୍ରକାଶ ଏବଂ ୨୫ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ପିଲାମାନେ ଚଏସ ଫିଲିଂ କରିବା ସହ ସେପ୍ଟେମ୍ବର ୫ ତାରିଖ ଦିନ ୪ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆର୍ଲଟମେଣ୍ଟ ଏବଂ ୬ ତାରିଖରୁ ୭ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କୁ ଆଲର୍ଟ କରାଯାଇଥିବା ବିଶ୍ୱବିଦ୍ୟାଳୟରେ ଯାଇ ରିପୋର୍ଟିଂ କରିବାକୁ ପୁରୁଣା ନିର୍ଦ୍ଦେଶନାମାରେ କୁହାଯାଇଥିଲା । ତେବେ ଶୁକ୍ରବାର ବିଭାଗ ପକ୍ଷରୁ ପୁଣିଏକ ନୂତନ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ସେପ୍ଟେମ୍ବର ୧୫ ତାରିଖ ଅପରାହ୍ଣ ୪ଟାରେ ସିଟ୍ ଆଲର୍ଟମେଣ୍ଟ ହେବାକୁ ଥିବା ବେଳେ ୧୬ ରୁ ୧୭ ତାରିଖ ମଧ୍ୟରେ ନାମଲେଖା ହେବ ।

୧୯ ତାରିଖ ଦିନ ୩ଟା ସୁଦ୍ଧା ପିଲାମାନେ ସ୍ଲାଇଡ୍‌ଅଫ କରିପାରିବେ । ୨୩ ତାରିଖରେ ଦିନ ୨ଟା ସମୟରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୨୪ ଓ ୨୫ ତାରିଖ ଦୁଇଦିନ ଧରି ଦ୍ୱିତୀୟ ପର୍ଯାୟ ନାମଲେଖା ପରେ ୨୬ ତାରିଖ ଦିନ ଡାଟା ଅପଡେଟ୍ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ୨୯ ତାରିଖରେ ବଳକା ପଡ଼ିଥିବା ସିଟ୍ ତାଲିକା ପ୍ରକାଶ ପାଇବ । ସେହିପରି ଅକ୍ଟୋବର ୧୦ରେ ସ୍ପଟ ନାମଲେଖା ଲାଗି ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ୧୧ ତାରିଖ ଦିନ ୨ ଟା ସୁଦ୍ଧା ଚୟନ ହୋଇଥିବା ପିଲା ନାମଲେଖାଇପାରିବେ । ୧୩ ତାରିଖରେ ନାମଲେଖାଇଥିବା ପିଲାଙ୍କ ତାଲିକା ଅପ୍‌ଡେଟ ହେବ । ସ୍ପଟ୍ ନାମଲେଖା ପରେ ଯଦି ସିଟ୍ ପୂରଣ ନହେଲା ତେବେ ୧୪ ତାରିଖ ଦିନ ୧୨ଟା ସମୟରେ ଶେଷପର୍ଯ୍ୟାୟ ବା ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ୧୫ ରୁ ୧୭ ତାରିଖ ଭିତରେ ଉକ୍ତ ପର୍ଯ୍ୟାୟର ନାମଲେଖା ହେବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Show More
Back to top button