ସତ୍ୟଶିଖା (ଭୁବନେଶ୍ୱର) ୦୮/୧୨/୨୦୨୦ : ଆଜି ମଧ୍ୟ ଦେଶବ୍ୟାପୀ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିଛି । ସେହି ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ୍ ମୂଲ୍ୟ ୩୦ ପଇସା ଓ ଡିଜେଲ୍ ଦାମ୍ ୨୯ ପଇସା ବଢ଼ିଛି । ସୋମବାର ଦିନ ସହରର ଇଣ୍ଡିଆ ଅଏଲ୍ ପେଟ୍ରୋଲ୍ ପମ୍ପ୍ରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୮୪ ଟଙ୍କା ୩୪ ପଇସା ଓ ଡିଜେଲ୍ ଦାମ୍ ୮୦ ଟଙ୍କା ୪୬ ପଇସା ଥିଲା । କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବା ଗ୍ରାହକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଜାତୀୟ ସ୍ତରରେ ଏହି ଦୁଇ ତେଲ ଦାମ୍ ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ସର୍ବକାଳୀନ ରେକର୍ଡ ସ୍ତର ଆଡ଼କୁ ଅଗ୍ରସର ହେଉଛି । ଗତ ରବିବାର ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ୮୪ ଟଙ୍କା ୪ ପଇସା ଓ ଡିଜେଲ୍ ଦାମ୍ ୮୦ ଟଙ୍କା ୧୭ ପଇସା ଥିଲା ।
ପେଟ୍ରୋଲ୍ ପୁଣି ୩୦, ଡିଜେଲ୍ ୨୯ ପଇସା ବଢ଼ିଲା
