ପେଟ୍ରୋଲ ଦର ୧୦୦ ଟପିଲା

ସତ୍ୟଶିଖା ୨୬/୦୧/୨୦୨୧ : ରାଜସ୍ଥାନରେ ସୋମବାର ପେଟ୍ରୋଲ ଦର ୧୦୦ ଟଙ୍କା ଚପିଛି ।  କିଛି ଦିନ ତଳେ ଲୋକମାନେ ଯେଉଁ କଥାକୁ ନେଇ ଥଟ୍ଟା ପରିହାସ କରୁଥିଲେ ତାହା ଏବେ ସତ ହୋଇଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସୋମବାର ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି । ଏଠାରେ ପ୍ରିମିୟମ ପେଟ୍ରୋଲ ଦର ୧୦୧ ଟଙ୍କା ୫୪ ପଇସାରେ ପହଁଚିଛି । ସାଧାରଣ ପେଟ୍ରୋଲ ଦର ୯୭ ଟଙ୍କା ୬୯ ଟଙ୍କା ରହିଛି । ଦରଦାମକୁ ନେଇ ଖାଉଟିମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି  ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟରେ ଭାଟ୍ ହ୍ରାସ ପାଇଁ ସେମାନେ ଦାବି କରିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଦେଶରେ ସର୍ବାଧିକ ଭାଟ୍ ନେଇଥାନ୍ତି । ରାଜ୍ୟରେ ପେଟ୍ରୋଲ ଉପରେ ୩୮ ପ୍ରତିଶତ ଟ୍ୟାକ୍ସ ଓ ଡିଜେଲ ଉପରେ ୨୮ ପ୍ରତିଶତ ଟିକସ ଲାଗିଥାଏ । ଏହାସହ ରାଜସ୍ଥାନ ସରକାର ଅତିରିକ୍ତ ୧୦ ପ୍ରତିଶତ ଟିକସ୍ ଲଗାଇଥାନ୍ତି । ତେଣୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଚି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଭାଟ୍ କମ୍ କରିବାକୁ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ କହିବାନୁସାରେ, କେନ୍ଦ୍ର ସରକାର ଗୋଟିଏ ମାସରେ ୧୬ ଥର ତୈଳ ଦର ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ଚାହିଁଲେ ଦାମ୍ କମ୍ ହେବ ବୋଲି ସେ କହିଛନ୍ତି ।

Exit mobile version