ଦେଶରାଜ୍ୟ

ପେଟ୍ରୋଲ ଦର ୧୦୦ ଟପିଲା

ସତ୍ୟଶିଖା(ଭୁବନେଶ୍ୱର/ନୂଆଦିଲ୍ଲୀ ) ୨୪.୦୨.୨୦୨୧ :  କ୍ରମାଗତ ୧୨ ଦିନ ହେଲା ତୈଳଦର ବଢିଥିଲେ ମଧ୍ୟ ଗତ ଦୁଇଦିନ ଗ୍ରାହକଙ୍କୁ ସାମାନ୍ୟ ଆଶ୍ଵସ୍ଥି ମିଳିଥିଲା। ତୈଳଦର ବୃଦ୍ଧି ହୋଇ ନଥିବା ଦିନଗୁଡିକରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳଦର ୧ ଡଲାର ଏବଂ ଦେଢ ଡଲାର ବଢିଥିଲା। ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତୀତ ରହିଥିଲା। ତେବେ ଦୁଇଦିନ ପରେ ମଙ୍ଗଳବାର ତୈଳ କମ୍ପାନୀଗୁଡିକ ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢାଇଛନ୍ତି। ତୈଳଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ମଧ୍ୟ ତାତି ଦେଖିବାକୁ ମିଳିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦. ୯୩ ଟଙ୍କାରେ ବିକ୍ରି ହେଉଛି। ଡିଜେଲ ଲିଟର ପିଛା ୮୧.୩୨ ଟଙ୍କା ହୋଇଛି। ଅନ୍ୟ କେତେକ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପିଲାଣି। ଭୁବନେଶ୍ୱରରେ ପେଟ୍ରୋଲ ୩୫ ପଇସା ଏବଂ ଡିଜେଲରେ ୩୮ ପଇସା ମହଙ୍ଗା ହେବାପରେ ସହରରେ ପେଟ୍ରୋଲ ଲିଟର ୯୧.୬୪ ଟଙ୍କା ଏବଂ ଡିଜେଲ ୮୮.୬୧ ଟଙ୍କାରେ ପହଞ୍ଚିଛି।

Show More
Back to top button