ଦେଶ

ସାଢ଼େ ୫ ଲକ୍ଷ ମୁହାଁ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ୩୮୦ ମୃତ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ପୁଣି ରେକର୍ଡ ୧୯,୪୫୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫.୫୦ ଲକ୍ଷ ନିକଟରେ ପହଞ୍ଚି ଯାଇଛି।

ଏବେ ମୋଟ ୫,୪୮,୩୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩,୨୧,୭୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ ଦେଶରେ କରୋନା ଆରୋଗ୍ୟ ହାର ୫୮.୬୭%କୁ ବୃଦ୍ଧି ପାଇଛି। ଏବେ ବିଭିନ୍ନ ହସ୍ପିଟାଲରେ ୨,୧୦,୧୨୦ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଗୋଟିଏ ଦିନରେ କରୋନା ପୁଣି ୩୮୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬,୪୭୫କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ପୂର୍ବଭଳି ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହୋଇ ରହିଛି। ରବିବାର ଏଠାରେ ପୁଣି ୫,୪୯୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪,୬୨୬ ହୋଇଯାଇଛି। କରୋନା ଏଠାରେ ୭,୪୨୯ ଜଣଙ୍କ ଜୀବନ ନେଇଛି।

ଆହୁରି ପଢ଼ନ୍ତୁ

ଦିଲ୍ଲୀରେ ୮୩,୦୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୨୩ ଜଣଙ୍କ ମୃତ୍ୟୁ ଘଟିଛି। ୫୨,୬୦୭ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୮୪୭ ଜଣ ବିଭିନ୍ନ ହସ୍ପିଟାଲ ଓ ଘରେ ରହି ଚିକିତ୍ସିତ ହେଉଛନ୍ତି।

ତାମିଲନାଡୁରେ ୧୦୭୯, ଆନ୍ଧ୍ର ପ୍ରଦେଶରେ ୧୬୯, ଅରୁଣାଚଳ ପ୍ରଦେଶରେ ୧, ଆସାମରେ ୧୦, ବିହାରରେ ୬୦, ଚଣ୍ଡିଗଡ଼ରେ ୬, ଛତିଶଗଡ଼ରେ ୧୩, ଗୁଜରାଟରେ ୧୮୦୮, ହରିଆଣାରେ ୨୨୩, ହିମାଚଳ ପ୍ରଦେଶରେ ୯, ଜମ୍ମୁ-କଶ୍ମୀରରେ ୯୪, ଝାରଖଣ୍ଡରେ ୧୨, କର୍ଣ୍ଣାଟକାରେ ୨୦୭, କେରଳରେ ୨୨, ଲଦାଖରେ ୧, ଓଡ଼ିଶାରେ ୨୧, ପୁଡୁଚେରୀରେ ୧୦, ପଞ୍ଜାବରେ ୧୩୩, ରାଜସ୍ଥାନରେ ୩୯୯, ତେଲେଙ୍ଗାନାରେ ୨୪୭, ତ୍ରିପୁରାରେ ୧, ମଧ୍ୟପ୍ରଦେଶରେ ୫୫୭, ଉତ୍ତରାଖଣ୍ଡରେ ୩୮, ଉତ୍ତର ପ୍ରଦେଶରେ ୬୬୦ ଓ ପଶ୍ଚିମବଙ୍ଗରେ ୬୩୯ ଜଣ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button