ସତ୍ୟଶିଖା (ନୂଆଦିଲ୍ଲୀ) ୦୫/୧୨/୨୦୨୦ : ଦେଶବାସୀଙ୍କୁ ପୁଣି ଝଟକା । ଲଗାତର ଦେଶରେ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ । ତେଲ କମ୍ପାନୀଙ୍କୁ ପକ୍ଷରୁ ପୁଣି ଥରେ ପେଟ୍ରୋଲ ଓ ଡିଜେଲ୍ର ଦର ବୃଦ୍ଧି କରାଯାଇଛି । ଶନିବାର ଦିନ ଡିଜେଲର ଦାମ ୨୪ ରୁ ୨୭ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ପେଟ୍ରୋଲର ଦାମ୍ ୨୪ରୁ ୨୭ ପଇସାକୁ ବୃଦ୍ଧି କରାଯାଇଛି ।
ଆଇଓସିଏଲ୍ରୁ ମିଳିଥିବା ତଥ୍ୟ ଅନୁସାରେ ଶନିବାର ଦିଲ୍ଲୀରେ ପେଟ୍ରୋଲ ୮୩.୧୩ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୩.୩୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ୮୯.୭୮ ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୭୯.୯୩ ରହିଛି । କୋଲକାତାରେ ପେଟ୍ରୋଲ ୮୪.୬୩ ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୭୬.୮୯ ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ୮୬.୦୦ ରହିଥିବା ବେଳେ ଡିଜେଲ ଲିଟର ପିଛା ୭୮.୬୯ ରହିଛି ।