ସତ୍ୟଶିଖା (ପୁରୀ) ୦୨/୦୧/୨୦୨୧ : ଆସନ୍ତାକାଲି ଅର୍ଥାତ୍ ଜାନୁଆରି ୩ ତାରିଖରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୁହାଯାଇଥିଲା ।
କାଲିଠୁ ଅନୁମତି ମିଳିବ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ
