ଖେଳ

କରୋନା ପାଇଁ ୨୦ ଲକ୍ଷ ଦେଲା ମୋହନ ବାଗାନ

କୋଲକାତା: ମହାମାରୀ କରୋନା ବିପକ୍ଷରେ ଚାଲିଥିବା ଲଢ଼େଇରେ ସାମିଲ ହୋଇଛି ଆଇ ଲିଗ୍ ଫୁଟବଲ କ୍ଲବ ମୋହନ ବାଗାନ। କରୋନା ସହାୟତା ପାଇଁ ଏହି ଟିମ୍‌ ପଶ୍ଚିମବଙ୍ଗ ଜରୁରୀ କାଳୀନ ରିଲିଫ ଫଣ୍ଡକୁ ୨୦ ଲକ୍ଷ ଟଙ୍କା ଦାନ କରିଛି।

କ୍ଲବର ଅଫିସିଆଲ ହ୍ୟାଣ୍ଡେଲରେ କୁହାଯାଇଛି ଯେ “ମୋହନ ବାଗାନ ଆଥଲେଟିକ କ୍ଲବ କରୋନା ବିରୋଧରେ ଲଢ଼େଇ ପାଇଁ ଆମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଆହ୍ୱାନରେ ସାମିଲ ହୋଇଛି। କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇ ସହାୟତା ସ୍ୱରୂପ କ୍ଲବ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ଦାନ କରିଛି।”

ଆହୁରି ପଢ଼ନ୍ତୁ

ଏହାପୂର୍ବରୁ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଲେଖାଏ ଦାନ କରିଥିଲା। ଏହା ବ୍ୟତୀତ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଶଟଲର ପିଭି ସିନ୍ଧୁ ଓ ରେସଲର ବଜରଙ୍ଗ ପୁନିଆ ମଧ୍ୟ କରୋନା ଲଢ଼େଇ ପାଇଁ ସହାୟତାର ହାତ ବଢ଼ାଇଥିଲେ।



[ad_2]

Show More
Back to top button