ସତ୍ୟଶିଖା ୨୬/୦୧/୨୦୨୧ : ରାଜ୍ୟରେ ପ୍ରଥମଥର ଲାଗି ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ମେଡିକାଲ ଶିକ୍ଷା ହାସଲ କରିଥିବା ଛାତ୍ରଛାତ୍ରୀ ଓଡ଼ିଶାରେ କାମ କରିପାରିବେ । ଏଥିପାଇଁ ସେମାନଙ୍କୁ ଓଡ଼ିଶା ମେଡିକାଲ ଆଇନ ୧୯୬୧ର ଧାରା ୩ ଅନୁଯାୟୀ ଓଡ଼ିଶା ମେଡିକାଲ ପରିଷଦର ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ । ଓଡ଼ିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା(ନିଯୁକ୍ତି ପ୍ରକ୍ରିୟା ଓ କଣ୍ଡିସନ୍ ଅଫ ସର୍ଭିସ) ସଂଶୋଧନ ନିୟମ ୨୦୨୦ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ସେହି ଅନୁଯାୟୀ ଓପିଏସ୍ସି ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ମିଳିଛି ।
ଓଡ଼ିଶାରେ ବାହାର ରାଜ୍ୟର ଡାକ୍ତରଙ୍କୁ ଅନୁମତି…ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବା ବାଧ୍ୟତାମୂଳକ
