ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୧/୨୦୨୦ : ଡିଜିଟାଲ ଟ୍ରାଞ୍ଜାକ୍ସନକୁ ସରକାର ଫୋକସ୍ ଦେବା ସତ୍ତ୍ୱେ ଆଜି ବି ନଗଦ ଅର୍ଥର ଚାହିଦା ଅଧିକ ରହିଛି । ଦେଶରେ ଏଟିଏମରୁ କ୍ୟାସ୍ ଉଠାଣ ଏକ ରେକର୍ଡ ସ୍ତରରେ ପହଁଚିଛି । ଭାରତୀୟମାନେ ଥରକେ ଏଟିଏମରୁ ପ୍ରାୟ ୫୦୦୦ ଟଙ୍କା ଉଠାଇଛନ୍ତି । ରିପୋର୍ଟ ଅନୁସାରେ, ଅଗଷ୍ଟରେ ଡେବିଟ୍ କାର୍ଡ ସାହାଯ୍ୟରେ ପ୍ରତି ଏଟିଏମରୁ ପ୍ରାୟ ୪୯୫୯ ଟଙ୍କା ଉଠାଣ ହୋଇଛି । ସେହିପରି କ୍ୟାସ୍ ସର୍କୁଲେସନ୍ ୨୬ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଁଚିଛି । ଯାହା ଜିଡିପିର ୧୨ ପ୍ରତିଶତ ଅଟେ ।
ଗତ ନଭେମ୍ବରରୁ କ୍ୟାସ୍ ଉଠାଣ ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୟୁପିଆଇ ଟ୍ରାଞ୍ଜାକ୍ସନରେ ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ଏହାର ହାରାହାରି ଟିକେଟ୍ ସାଇଜ୍ ରହିଛି ୧୮୫୦ ଟଙ୍କା । ଏଟିଏମ ମ୍ୟାନେଜମେଣ୍ଟର କହିବାନୁସାରେ, ଲକଡାଉନ୍ ପୂର୍ବରୁ କିଛି ଦିନ ଏଟିଏମ ଟ୍ରାଞ୍ଜାକ୍ସନ କମିଥିଲା । କିନ୍ତୁ ପରେ ଏଟିଏମରୁ କ୍ୟାସ୍ ଉଠାଣ ବୃଦ୍ଧି ପାଇଥିଲା ।