

ସତ୍ୟଶିଖା( ପାରାଦୀପ )୦୨.୦୫.୨୦୨୨ : ପାରାଦୀପ ବାଲିଝରା କ୍ରିକରେ ମାଛ ମଡକ । କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବୋହି ନେଉଛନ୍ତି ଲୋକେ । ରୋହି ଭାକୁର ଠୁ ନେଇ ବିଭିନ୍ନ ପ୍ରଜାତିର ବଡ ବଡ ମଲା ମାଛ କୁ ପାଣି ରୁ ଛାଣି ନେଉଛନ୍ତି ଲୋକେ । ମାଛ ମଡକ ର କାରଣ ସ୍ପଷ୍ଟ ହୋଇ ନାହଁ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କେହି ବିଷାକ୍ତ ଜିନିଷ ପ୍ରୟୋଗ ରେ ହୁଏତ ଏଭଳି ମାଛ ମରି ଥାଇ ପାରନ୍ତି । ତେବେ ଏ ନେଇ କୈାଣସି ସଠିକ ସୂଚନା ମଧ୍ୟ ନାହିଁ । ତେବେ ଅନୁସନ୍ଧାନ ପରେ ମାଛ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ମାନେ ସୂଚନା ଦେଇଛନ୍ତି ।