ଦେଶନ୍ୟୁଜ୍

ତାମିଲନାଡୁ ବର୍ଷାରେ ୧୨ ମୃତ

ସତ୍ୟଶିଖା( ନୂଆଦିଲ୍ଳୀ) ୧୧.୧୧.୨୦୨୧: ଚେନ୍ନଇ : ଲଗାଣ ବର୍ଷା ଯୋଗୁଁ ତାମିଲନାଡୁର ବିଭିନ୍ନ ସ୍ଥାନରେ ବନ୍ୟା ଦେଖାଯାଇଛି। ଏହି ବନ୍ୟାରେ ୧୨ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର ଓ ରିଲିଫ ନିମନ୍ତେ ଏନଡିଆରଏଫର ୧୧ଟି ଦଳ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୭ଦଳ ମୁତୟନ ହୋଇଛନ୍ତି। ରବିବାର ଠାରୁ ରାଜଧାନୀ ଚେନ୍ନଇ ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ଆଗାମୀ ଦୁଇଦିନ ଏହା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ପାଣିପାଗ ବିଭାଗର କହିବା ଅନୁଯାୟୀ ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି। ଏହା ଏବେ ପୁଡୁଚେରୀର ପୂର୍ବ ଓ ଦକ୍ଷିଣ ପୂର୍ବର ୪୨୦ କିମି ଦୂରରେ ରହିଛି। ଏହି ଲଘୁଚାପ ଗୁରୁବାର ତାମିଲନାଡୁ ଉପକୂଳ ଦେଇ ଅତିକ୍ରମ କରିବ।

Show More
Back to top button