ସ୍ୱାସ୍ଥ୍ୟ
ଚିନାବାଦାମ ତ୍ୱଚାପାଇଁ ଲାଭଦାୟକ


ସତ୍ୟଶିଖା ( ଭୁବନେଶ୍ୱର )୦୧ /୧୦ /୨୦୨୧: ତ୍ବଚା ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ଚିନାବାଦାମ । ଚିନାବାଦାମ ଉଭୟ ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ଲାଭଦାୟକ । ଆସନ୍ତୁ ଜାଣିବା, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚିନାବାଦାମର ବ୍ୟବହାର ସମ୍ପର୍କରେ ।
-ପ୍ରତିଦିନ ଚିନାବାଦାମ ଖାଇବା ଦ୍ବାରା, ଏହା ତ୍ବଚାର ଚମକ ବଢାଇବାରେ ସାହାଯ୍ୟ କରେ । ଉଜ୍ଜଳ ତ୍ବଚା ପାଇଁ ଚିନାବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ ।
-ଆଖିତମ କଳା ପଡୁଥିଲେ, ଏଥିପାଇଁ ବହୁତ୍ ଲାଭଦାୟକ ଚିନାବାଦାମ । କଳା ପଡିଥିବା ସ୍ଥାନରେ ଚିନାବାଦାମ ତେଲ ଲଗାଇ, ୫ ରୁ ୧୦ ମିନିଟ ଧିରେଧିରେ ମସାଜ କରିବା ଦ୍ବାରା, କଳାଦାଗ ଦୂର ହୁଏ ।
-ସନଟ୍ୟାନ୍ ସମସ୍ୟାକୁ ଦୂର କରେ ଚିନାବାଦାମ୍ ତେଲ । ଏହା ସହିତ ତ୍ବଚାକୁ କମୋଳ ,ବେଦାଗ, ବ୍ରଣହୀନ କରିବାରେ ସାହାଯ୍ୟ କରେ ଚିନାବାଦାମ୍ ତେଲ ।