ନ୍ୟୁଜ୍

ନନ୍ଦନକାନନ ପ୍ରଵେଶ ପଥରେ ଶାନ୍ତିପୂର୍ଣ୍ଣ ଧାରଣା।

ସତ୍ୟଶିଖା : ୨୫/୦୩/୨୦୨୫: ନନ୍ଦନକାନନ ପ୍ରଵେଶ ପଥରେ ଶାନ୍ତିପୂର୍ଣ୍ଣ ଧାରଣା।ଏହି ଧାରଣାରେ ବସିଲେ ନନ୍ଦନକାନନ କର୍ମଚାରୀ  ସଂଘ । ସ୍ଥାୟୀ ନିଯୁକ୍ତି ଦାବିରେ ଚାଲିଛି ଶାନ୍ତିପୂର୍ଣ୍ଣ ଧାରଣା । ପୂର୍ବରୁ ସଂଘର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ବିଭିନ୍ନ ଦାବି ନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ କିଛି ସୁଫଳ ମିଳିନାହିଁ । ତେଣୁ ଆଜି (ମଙ୍ଗଳବାର) ଠୁ ନନ୍ଦନକାନନ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣରେ ବସିବା ନେଇ  ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ନନ୍ଦନକାନନ ଚିଡିଆଖାନାରେ ବହୁ କର୍ମଚାରୀ ଅବସର ନେବା ପରେ ୧୦୩ଟି ଚତୁର୍ଥ ଶ୍ରେଣୀ ପଦବୀ ଖାଲି ପଡିଛି । ତାହା ପୂରଣ ହୋଇପାରିନାହିଁ । କାର୍ଯ୍ୟରତ କର୍ମଚାରୀମାନେ ଦିନକୁ ୮ଘଣ୍ଟା ବଦଳରେ ୧୦ଘଣ୍ଟା କାମ କରୁଛନ୍ତି । ତା’ସତ୍ତେ୍ୱ ସେମାନଙ୍କ ମୈାଳିକ ସମସ୍ୟା ସବୁ ସମାଧାନ ହେଉନାହିଁ। ମୁଖ୍ୟମନ୍ତୀ ଓ ବିଭାଗୀୟ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ହେଁ କିଛି ସୁଫଳ ନମିଳିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି ଅସ୍ଥାୟୀ କର୍ମଚାରୀ ସଂଘ।

Show More
Back to top button