ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ


ଖୋର୍ଦ୍ଧା(ବଳରାମ ଲେଙ୍କା): ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ
ହାଇଦ୍ରାବାଦରୁ ୪୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବସ୍ ‘ଅଶୋକା’ ବାଙ୍କୀ ଅଭିମୁଖେ ଆସୁଥିଲା। ତେବେ ଆଜି ଭୋରରୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଆମ୍ବ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ବସ୍ଟି ପଛରୁ ତାକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
ଖବର ପାଇ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଆହତ ୨ଜଣଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଏକ ବସ୍ରେ ସମସ୍ତ ଯାତ୍ରୀଙ୍କୁ ନେଇ ବାଙ୍କୀରେ ଛାଡ଼ିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି।