ଗଣେଶ ମୂର୍ତ୍ତି କିଣୁଥିଲେ ଧ୍ୟାନ ଦିଅନ୍ତୁ


ସତ୍ୟଶିଖା(ଭୁବନେଶ୍ୱର )୯.୦୯ .୨୦୨୧: ଆସନ୍ତାକାଲି ବିଘ୍ନବିନାଶକ ଗଣେଶଙ୍କ ପୂଜା । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମଙ୍ଗଳ ମୂର୍ତ୍ତିଙ୍କୁ ପୂଜା କରାଯାଏ । ଏବର୍ଷ ଏହା ସେପ୍ଟେମ୍ବର ୧୦ତାରିଖରେ ପଡିଛି । ତେବେ ପୂଜା ପାଇଁ ଭଗବାନ ଗଣେଶଙ୍କ ମୂର୍ତ୍ତି କିଣିଲା କିଛି ଦଗ ଉପରେ ଧ୍ୟାନ ରଖିବାକୁ ପଡିଥାଏ । ବାସ୍ତୁ ଅନୁସାରେ ମୂର୍ତ୍ତି କିଣିବା ପାଇଁ ଅନେକ ବିଧିବିଧାନ ରହିଛି । ତେବେ ଗଣେଶଙ୍କ ମୂର୍ତ୍ତିରେ ହାତରେ ମୋଦକ ଓ ଅଙ୍କୁଶ ଥିବା ଆବଶ୍ୟକ । ମୋଦ ର ଅର୍ଥ ଆନନ୍ଦ, ଯେମିତି ମୋଦକ ଖାଇଲେ ଆନନ୍ଦ ମିଳଥାଏ, ସେହିପରି ମୋଦକ ଭରା ଗଣେଶଙ୍କ ମୂର୍ତ୍ତି ପୂଜା କରିବା ଦ୍ୱାରା ଆନନ୍ଦ ମିଳିଥାଏ । ଏହା ସହିତ ଧ୍ୟାନ ରଖିବାକୁ ପଡିବ ଯେ ଯେଉଁ ହାତରେ ଭଗବାନ ଗଣେଶ ମୋଦକ ଧରିଥିବେ, ତାଙ୍କ ଶୁଣ୍ଢ ସେହି ଦିଗକୁ ମୋଡି ହୋଇ ରହିଥିବା ଆବଶ୍ୟକ । ଯେଉଁ ମୂର୍ତ୍ତିରେ ଭଗବାନ ଗଣେଶଙ୍କ ହାତରେ ଲଡୁ ଓ ସହବାହାନ ମୂଷା ନଥାଏ, ସେହି ଭଳି ମୂର୍ତ୍ତକୁ ପୂଜା କରିବା ଅଶୁଭ ମନା ଯାଇଥାଏ । ଏହା ସହିତ ମୂର୍ତ୍ତିରେ ଭଗବାନ ଗଣେଶଙ୍କ ଦୁଇ ହାତ ଆଶୀର୍ବାଦ ଦେଉଥିବା ରୂପରେ ରହିଥିବା ଉଚିତ୍ । ସେହିପରି ବିନା ମକୁଟର ମୂର୍ତ୍ତି କୁ ପୂଜା କରିବା ଭଲ ହୋଇନଥାଏ । ଭଗବାନ ଗଣେଶଙ୍କୁ ବାଳଚନ୍ଦ୍ର କୁହାଯାଉଥିବାରୁ ଭଗବାନ ଗଣେଶଙ୍କ ମଥାରେ ତ୍ରିଶୁଳ, ଚନ୍ଦ୍ରମା ଓ ତିଲକ ରହିବା ଆବଶ୍ୟକ । ଯେଉଁ ମୂର୍ତ୍ତିରେ ଭଗବାନଙ୍କ ପାଦ ମାଟିରେ ଲାଗିଥାଏ, ସେଭଳି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ଚାରିଦିଗରୁ ସଫଳତା ଆସିଥାଏ ବୋଲି କୁହାଯାଏ । ଡାହାଣ ପଟ ଶୁଣ୍ଢ ଥିବା ଗଣେଶଙ୍କୁ ସିଦ୍ଧି ବିନାୟକ ବା ଦକ୍ଷିଣାଭିମୁଖୀ ମୂର୍ତ୍ତି ବୋଲି କୁହାଯାଏ । ଦକ୍ଷିଣ ଦିଗକୁ ଯମଙ୍କ ଦିଗ ମନା ଯାଉଥିବାରୁ, ଏହି ମୂର୍ତ୍ତି ପୂଜା କରିବା ବେଳେ ସୁତା ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ୍ ନୁହେଁ । କେବଳ ଧଳା, ରେଶମୀ ବସ୍ତ୍ର ପିନ୍ଧି ପୂଜା କରାଯିବା ସହ ପଇତାର ସବୁ ନିୟମ ମାନି ପୂଜା କରାଯାଏ, ଏହା ଦ୍ୱାରା ଦକ୍ଷିଣ ଦିଗରୁ ପ୍ରସାରିତ ହେଉଥିବା ଶକ୍ତିରୁ କଷ୍ଠ ହୋଇନଥାଏ । ଡାହାଣ ପଟକୁ ଶୁଣ୍ଢ ଥିବା ଗଣେଶଙ୍କୁ ଗୁଣି ଗାରେଡି ଓ ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ ପୂଜା କରାଯାଇଥାଏ । ଏହି ମୂର୍ତ୍ତିରେ ପୂଜାର ନିୟମ ପାଳନ କରିବା କଠିନ ହୋଇଥାଏ । ବାମପଟ ଶୁଣ୍ଢ ଥିବା ଗଣେଶଙ୍କୁ ବକ୍ରତୁଣ୍ଡ କୁହାଯାଇଥାଏ । ଉତ୍ତର ଦିଗ ଆଧ୍ୟତ୍ମିକ ଓ ଚନ୍ଦ୍ରଙ୍କ ଦିଗ ହୋଇଥିବାରୁ ଏହା ମନରେ ଶୀତଳତା ଓ ଆନନ୍ଦ ଦେଇଥାଏ । ଘରେ ପୂଜା କରିବାକୁ ମୂର୍ତ୍ତି କିଣିଲା ବେଳେ ସର୍ବଦା ବସିଥିବା ମୂର୍ତ୍ତି କିଣିବା ଉଚିତ୍ ।