ସତ୍ୟଶିଖା(ନୂଆଦିଲ୍ଲୀ) ୦୭/୧୨/୨୦୨୦ : ଖୁବ ଶୀଘ୍ର ଦେଶର କିଛି ବଡ ବଡ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଅଧିକ ଭଡା ଦେବାକୁ ପଡିପାରେ । ଭାରତୀୟ ରେଲୱେ ଅନେକ ଷ୍ଟେସନରେ ପୁନଃ ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଯାତ୍ରୀଙ୍କ ଠାରୁ ସର୍ଭିସ ଚାର୍ଜ ନିଆଯାଇପାରେ । ବର୍ତ୍ତମାନ ୧୦୦ ରୁ ଅଧିକ ଷ୍ଟେସନ ଉପରେ ସରକାରଙ୍କ ନଜର ରହିଛି । ଏଇସବୁ ଷ୍ଟେସନରେ କାମ ଆରମ୍ଭ ହୋଇପାରେ । ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁସାରେ, କ୍ୟାବିନେଟ୍ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିପାରେ ଯେ ଯାତ୍ରୀଙ୍କ ଠାରୁ ୟୁଜର୍ସ ଚାର୍ଜ କେତେ ଟଙ୍କା ସଂଗ୍ରହ କରାଯିବ । ତାଛଡା ଏହି ଚାର୍ଜ କେଉଁ କେଉଁ ଷ୍ଟେସନରେ ଲାଗୁ କରାଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ରେଳ ମନ୍ତ୍ରାଳୟ ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେଇପାରେ । ଯାତ୍ରୀଙ୍କ ଠାରୁ ୧୦ ରୁ ୫୦ ଟଙ୍କା ମଧ୍ୟରେ ଚାର୍ଜ ନିଆଯାଇପାରେ ବୋଲି କୁହାଯାଉଛି ।
ଦେଶର ଏହି ୧୨୦ଟି ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଦେବାକୁ ପଡିବ ଅଧିକ ଭଡା !
