ସତ୍ୟଶିଖା ୩୧/୧୨/୨୦୨୦ : ଟ୍ରେନ ଯାତ୍ରା ପାଇଁ ଅନ୍ଲାଇନ ଟିକେଟ ବୁକିଂରେ ଏଣିକି ସମସ୍ୟା ହେବ ନାହିଁ । ଏଥିପାଇଁ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ପକ୍ଷରୁ ନୂଆ ୱେବ୍ସାଇଟ୍ ପ୍ରସ୍ତୁତ ହୋଇଛି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ଏହାର ଉଦ୍ଘାଟନ କରିବେ । ଫଳରେ ଏହି ନୂତନ ୱେବସାଇଟ୍ରେ ଗୋଟିଏ ମିନିଟ୍ରେ ୧୦ ହଜାର ଟିକେଟ ବୁକିଂ ହୋଇପାରିବ । ପୁରୁଣା ୱେବସାଇଟ୍ରେ ବର୍ତ୍ତମାନ ଏକ ମିନିଟରେ ୭୫୦୦ ଟିକେଟ ବୁକିଂ ହେଉଛି ।
ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଇଆରସିଟିସିର ୱେବସାଇଟ୍ ଏବଂ ଆପ୍କୁ ଅପ୍ଗ୍ରେଡ୍ କରାଯାଇଛି । ଫଳରେ ଯାତ୍ରୀମାନେ ପୂର୍ବ ତୁଳନାରେ ଅଧିକ ସ୍ପିଡ୍ରେ ଟିକେଟ ବୁକିଂ କରିପାରିବେ । ଏହି ୱେବ୍ସାଇଟ୍ରେ ଯାତ୍ରୀମାନଙ୍କ ଖାଦ୍ୟପେୟ ସମେତ ଅନ୍ୟ ସୁବିଧାଗୁଡ଼ିକୁ ଯୋଡ଼ାଯାଇଛି ।