ରାଜ୍ୟସ୍ୱାସ୍ଥ୍ୟ

ସେପ୍ଟେମ୍ବରରେ କ’ଣ ରହିବ ଅନ୍‌ଲକ ରୂପରେଖ ?

ସତ୍ୟଶିଖା(ଭୁବନେଶ୍ୱର ) ୩୦.୦୮ .୨୦୨୧:  ରାଜ୍ୟରେ ଆଉ ଦିନକ ପରେ ସରିବ ଅଗଷ୍ଟ କଟକଣା। ସେପ୍ଟେମ୍ବରରେ କଣ ରହିବ ଅନ୍‌ଲକ ରୂପରେଖ ଏହା ଉପରେ ନଜର ରହିଛି। ସାରା ରାଜ୍ୟରୁ ହଟିବ କି ନାଇଟ କର୍ଫ୍ୟୁ। ଭୁବନେଶ୍ୱର, କଟକ ଓ ପୁରୀରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ହଟିବ କି ନାହିଁ ତା ଉପରେ ମଧ୍ୟ ନଜର ରହିଛି। ଅଗଷ୍ଟ ମାସରେ ସବୁପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଉପରେ କଟକଣା ଲଗାଯାଇଛି। ଏସବୁ ଉପରେ କଟକଣା ରହିବ ନା କୋହଳ ହେବ। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଛି। ପଜିଟିଭିଟିରେ ସବୁ ଜିଲ୍ଲା ଗ୍ରୀନ ଜୋନରେ ରହିଛି। ଆକ୍ଟିଭ୍‌ କେସରେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍‌ ଜୋନରେ ରହିଛି। ବର୍ତ୍ତମାନ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ସହ ତିନି ସହର ଭୁବନେଶ୍ୱର, କଟକ ଓ ପୁରୀରେ ରହିଛି ସପ୍ତାହାନ୍ତ ସଟ୍‌ଡାଉନ୍‌। ସେପ୍ଟେମ୍ବରରୁ ପୂଜା ପାର୍ବଣ ଆରମ୍ଭ ହେବ। ତେଣୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସେପ୍ଟେମ୍ବର ଗାଇଡଲାଇନ ଘୋଷଣା କରିବେ ସରକାର। ସତର୍କତା ସ୍ୱରୂପ କେନ୍ଦ୍ର ସରକାର କୋଭିଡ କଟକଣାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

 

Show More
Back to top button